October 14, 2025
Frog marriage

ବେଙ୍ଗ ବିବାହ ପରମ୍ପରା

ବେଙ୍ଗ ବିବାହ ପରମ୍ପରା
ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିଲେ ସବୁଆଡେ କରୋନା ସମ୍ପର୍କିତ ଖବର ଦେଖିବାକୁ ମିଳୁଛି। ଯାହା ଲୋକଙ୍କ ମନକୁ ଭାରାକ୍ରାନ୍ତ କରୁଛି। ତେବେ ଏହା ମଧ୍ୟରେ ଏଭଳି ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ମନକୁ ଟିକେ ହାଲୁକା କରିବାରେ ସାହାଯ୍ୟ କରୁଛି। ଭିଡିଓଟିରେ ଏକ ବେଙ୍ଗ ଯୋଡିଙ୍କୁ ବିବାହ ବନ୍ଧନରେ ବନ୍ଧା ଯାଇଛି। ତ୍ରିପୁରାର ଏକ ଗାଁରେ ବର୍ଷା ସମସ୍ୟାକୁ ଦୂର କରିବାକୁ ଏହି ପ୍ରଥାର ପାଳନ କରାଯାଉଛି। ମୌସୁମୀ ଆସିବା ପୂର୍ବରୁ ଉତ୍ତରପୂର୍ବ କ୍ଷେତ୍ରରେ ବେଙ୍ଗ ମାନଙ୍କର ପାରମ୍ପରିକ ରିତୀରେ ବିବାହ କରାଯାଇଥାଏ।

ଏହି ବିବାହରେ ବେଙ୍ଗ ମାନଙ୍କୁ ପାରମ୍ପରିକ ପୋଷାକ ପିନ୍ଧାଇବା ସହିତ ସମସ୍ତ ନୀତିନିୟମର ପାଳନ କରାଯାଏ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାର ମଜା ନେବାରେ ଲାଗିଛନ୍ତି। ଭିଡିଓରେ ଜଣେ ମହିଳା ଗୋଟିଏ ବେଙ୍ଗକୁ ଧରିଛନ୍ତି, ଅନ୍ୟଜଣେ ଅନ୍ୟ ଏକ ବେଙ୍ଗକୁ ଧରି କନ୍ୟା ମୁଣ୍ଡରେ ସିନ୍ଦୁର ଭରୁଥିବାର ଦୃଶ୍ୟ ବଶ୍ ମଜାଦାର ା ଏଥିରେ ଦୁଇଟି ଯାକ ବେଙ୍ଗଙ୍କୁ ପୋଖରୀରେ ସ୍ନାନ କରାଯିବା ପରେ ପାରମ୍ପରିକ ପୋଷାକ ପିନ୍ଧାଯାଇ ଦୁଇଜଣଙ୍କ ଭିତରେ ବରଣମାଳା ଉତ୍ସବ କରା ଯାଇଥିଲା। ତେବେ ଏହି ବିବାହ ପ୍ରତିବର୍ଷ ଏଠାରେ ଅନୁଷ୍ଠିତ ହୋଇଥାଏ।

SHARE BY