24 ଘଣ୍ଟାରେ ଗିରଫ ହୋଇପାରନ୍ତି ଇମ୍ରାନ୍

ପାକିସ୍ତାନ ତେହରିକ-ଏ-ଇନସାଫ ଅଧ୍ୟକ୍ଷ ଇମ୍ରାନ୍ ଖାନ୍ ଙ୍କୁ ଗିରଫ କରିବା ପାଇଁ ଆଜି ଜମନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବ ଇସ୍ଲାମାବାଦ୍ ପୋଲିସ। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଇସଲାମାବାଦର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଙ୍କୁ ଜେଲ୍ ପଠାଇବା ପାଇଁ ଇସଲାମାବାଦରୁ ଏକ ପୋଲିସ ଟିମ୍ ହେଲିକପ୍ଟର ଯୋଗେ ଲାହୋରରେ ପହଞ୍ଚିଛି । ଇସ୍ଲାମାବାଦ ଏବଂ ଲାହୋରର ପୁଲିସ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦରୁ ପୋଲିସ ଦ୍ୱିତୀୟ ଥର ପାଇଁ ଲାହୋରରେ ପହଞ୍ଚିଛି ।

SHARE BY