ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ବର୍ଷେରୁ ଅଧିକ ସମୟ ହୋଇଛି । ଦୁଇ ରାଷ୍ଟ୍ର ମଧ୍ୟରେ ହେଉଥିବା ଏହି ଯୁଦ୍ଧାର ପ୍ରଭାବ ସାରା ବିଶ୍ୱରେ ପଡୁଛି । ରୁଷ ଲଗାତର ପରମାଣୁ ଆକ୍ରମଣର ଧମକ ଦେଉଛି । ସେପଟେ ୟୁକ୍ରେନକୁ ନାଟୋ ଓ ଆମେରିକା ବି ଅଧିକରୁ ଅଧିକ ସାମରିକ ସହାୟତା ଯୋଗାଇ ଚାଲିଛନ୍ତି । ସ୍ଥିତି ସୁଧୁରିବା ସମ୍ଭାବନା ଏବେ କମିବାରେ ଲାଗିଛି । ଏପରି ସ୍ଥିତିରେ ‘ନୂଆ ନୋସ୍ତ୍ରାଦୋମସ୍’ ନାଁରେ ପରିଚିତ କ୍ରେଗ ହାମିଲଟନ ପାର୍କର ଆତଙ୍କ ସୃଷ୍ଟି କଲା ଭଳି ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧ ହେବ । ଏକ ଉଡ଼ାଯାହାଜ ଦୁର୍ଘଟଣା ଏହାର ବଡ଼ କାରଣ ସାଜିବ । ରୁଷ-ୟୁକ୍ରେନ ଯୁଦ୍ଧରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବନାହିଁ । ଚୀନ୍-ତାଇୱାନ ବିବାଦ ଏହାର ମୁଖ୍ୟ କାରଣ ପାଲଟିବ । କ୍ରେଗଙ୍କ ମୁତାବକ ତାଇୱାନରେ ଏକ ଭୟାବହ ବିମାନ ଦୁର୍ଘଟଣା ହେବ । ଏବଂ ଏହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ