ଶିମିଳିପାଳରୁ ଚନ୍ଦକା-ଡମପଡ଼ା ହେଉ ଅଥବା ସୁନାବେଡ଼ାରୁ ଦଶପଲ୍ଲା । ସବୁଠି ଏବେ ସମାନ ଚିତ୍ର । ଗୋଟିଏ ଗୋଟିଏ ରେଞ୍ଜର ୫ରୁ ୭ଟି ସ୍ଥାନରେ ନିଆଁ ଲାଗିଛି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ବନଖଣ୍ଡ ନିଆଁର ଆଁ ଭିତରକୁ ପ୍ରବେଶ କରୁଥିଲେ ମଧ୍ୟ ବନ ବିଭାଗର ସମସ୍ତ ଉଦ୍ୟମ ଫେଲ୍ ମାରିଛି । ଏପର୍ଯ୍ୟନ୍ତ ଆୟତ୍ତକୁ ଆସିପାରୁନି ରାଜ୍ୟର ଜଙ୍ଗଲ ନିଆଁ । ଯେତେବେଳେ କି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ପରି ରାଜ୍ୟ ବନାଗ୍ନି ଆୟତ୍ତ କରିବା କ୍ଷେତ୍ରରେ ବହୁ ଆଗରେ ରହିଛନ୍ତି । ରବିବାର ଓଡ଼ିଶାର ୧୫୩ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଚିହ୍ନଟ ହୋଇଥିଲା, ଯାହାକି ମଙ୍ଗଳବାର ୨୦୨ରେ ପହଞ୍ଚିଛି । ଚଳିତବର୍ଷ ପ୍ରଥମ ଥର ଲାଗି ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ କୁହାଯାଇଛି । କାରଣ ଗତ ନଭେମ୍ବରରୁ ଏପର୍ଯ୍ୟନ୍ତ କେବେ ବି ବଡ଼ଧରଣ ବନାଗ୍ନି ସଂଖ୍ୟା ୨୦୦ ଛୁଇଁ ନ ଥିଲା ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା