କର୍ଣ୍ଣାଟକ ଶୈଳୀରେ ମହାରାଷ୍ଟ୍ର ପାଇଁ ଏମଭିଏର ପ୍ରତିଶ୍ରୁତିର ପାହଡ଼ । ମେଣ୍ଟ କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ମାସକୁ ୩ ହଜାର ଟଙ୍କା । ସେପଟେ ଧରାବି ପ୍ରକଳ୍ପ ରଦ୍ଦ କରିବା ନେଇ ବଚନାମାରେ ଘୋଷଣା କଲେ ଉଦ୍ଧବଙ୍କ ଶିବସେନା ।
ମହାରାଷ୍ଟ୍ର ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି ମହାବିକାଶ ଅଗାଢି ।
ମେଣ୍ଟ କ୍ଷମତାକୁ ଆସିଲେ, ମହାରାଷ୍ଟ୍ରର ମହିଳାଙ୍କୁ ମାସକୁ ୩ ହଜାର ଟଙ୍କା ଦେବ । ଗୃହଜ୍ୟୋତି ଯୋଜନାରେ ସମସ୍ତ ପରିବାରଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରାଯିବ । ଡିପ୍ଲୋମାଧାରୀ ଯୁବକ-ଯୁବତୀଙ୍କୁ ମାସକୁ ୧୫ ଶହ ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ । ଅନ୍ନଭାଗ୍ୟ ଯୋଜନାରେ ପ୍ରତି ଗରିବ ବ୍ୟକ୍ତିଙ୍କୁ ମାସକୁ ୧୦ କେଜି ଚାଉଳ ମିଳିବ ।
ମହାରାଷ୍ଟ୍ର ରାଜ୍ୟ ପରିବହନ ନିଗମରେ ମହିଳାଙ୍କ ପାଇଁ ଯାତ୍ରା ସମ୍ପୂର୍ଣ୍ଣ ମାଗଣା କରାଯିବ । ୩ ଲକ୍ଷ ଟଙ୍କା ଯାଏଁ ଚାଷୀଙ୍କ ଋଣ ଛାଡ଼ କରିବାକୁ ଘୋଷଣା କରିଛି ମହାବିକାଶ ଅଗାଧି । ଏହା ବ୍ୟତୀତ ମହାରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ର ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଯାହା ଆଉ କିଛିଦିନ ପରେ ଖୁଲ୍ଲାସା କରାଯିବ । ଜାତିଭିତ୍ତିକ ଜନଗଣନା କରାଯିବ ଏବଂ ମରାଠୀ ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ମହାବିକାଶ ଅଗାଧି ତାର ନିର୍ବାଚନ ଇସ୍ତାହାରରେ କହିଛି ।
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଚିନ୍ତାରେ ଇଣ୍ଡି ମେଣ୍ଟ, ଦଳରେ ଚାଲିଛି ଗୋଳମାଳ
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?