ଜମ୍ମୁ ଓ କଶ୍ମୀରର ବାରାମୂଲାରେ ନିରାପତ୍ତା ବଳ ଓ ଆତଙ୍କୀ ଗୁଳିବିନିମୟ । ଘଟଣାରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ବାରମୂଳା ଜିଲ୍ଲାର ହାଥ୍ଲାଙ୍ଗ୍ ଅନ୍ତର୍ଗତ ଉରିର ‘ଫର୍ୱାର୍ଡ’ ଅଞ୍ଚଳରେ ସେନା ଓ ବାରମୂଳା ପୁଲିସ ସହିତ ଆତଙ୍କବାଦୀମାନଙ୍କର ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ ଅନନ୍ତନାଗ କୋକରନାଗରେ ମଧ୍ୟ ସେନା ଅପରେସନ୍ ଜୋରଦାର ଚାଲିଛି । ଟାର୍ଗେଟ ପାଖାପାଖି ପହଞ୍ଚିଛି ସେନା । ଏଠାରେ ୪ ଦିନ ହେବ ଆତଙ୍କବାଦୀ ଓ ନିରପତ୍ତା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭୁଥିବା ବେଳେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ଲାଗି ‘ଡ୍ରୋନ୍ ସର୍ଭିଲେନ୍ସି’ କରାଯାଉଛି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି