The Topmost

“The eyes believe themselves, the ears believe other people.”

ବିଏସଏଫର ପ୍ରଥମ ମହିଳା ସ୍ନାଇପର ସୁମନ କୁମାରୀ

ଯୁଦ୍ଧକ୍ଷେତ୍ରରେ ମହିଳା ପୁରୁଷଙ୍କ ଠାରୁ କମ୍‌ ନୁହନ୍ତି । ଏହି କଥାକୁ ବିଏସ୍‌ଏଫ୍‌ର ମହିଳା ଏସ୍‌ଆଇ ସୁମନ କୁମାରୀ ପ୍ରମାଣିତ କରିଛନ୍ତି । ସୀମା ସୁରକ୍ଷା ବଳରେ ପ୍ରଥମ ମହିଳା ସ୍ନାଇପର ଭାବେ ସେ ‘ପ୍ରଶିକ୍ଷକ ବର୍ଗ’କୁ ଉନ୍ନୀତ ହୋଇଛନ୍ତି । ନିକଟରେ ଇନ୍ଦୋରର ‘ସେଣ୍ଟ୍ରାଲ୍‌ ସ୍କୁଲ ଅଫ୍‌ ୱିପନ୍‌ସ ଆଣ୍ଡ ଟାକ୍‌ଟିସ୍‌’ରେ ୮ ସପ୍ତାହ ଧରି ସ୍ନାଇପର ପ୍ରଶିକ୍ଷଣ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ୫୬ଜଣ ବିଏସ୍‌ଏଫ୍‌ ଅଧିକାରୀ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ସୁମନ କୁମାରୀ ଏକମାତ୍ର ମହିଳା ଅଧିକାରୀ ଭାବେ ଯୋଗ ଦେଇଥିଲେ । ଏହି କଷ୍ଟସାଧ୍ୟ ପ୍ରଶିକ୍ଷଣରେ ସୁମନ ନିଜର ପାରଦର୍ଶିତା ଦେଖାଇ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି । କେବଳ ଏହାନୁହେଁ ଲକ୍ଷ୍ୟଭେଦରେ ନିଜର କେତେକ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଜନ୍ମିତ ସୁମନ କୁମାରୀ ୨୦୨୧ରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ । ତାଙ୍କ ପିତା ଜଣେ ଇଲେକ୍ଟ୍ରିସିଆନ୍‌ ଓ ମା’ ଘରକାମ କରନ୍ତି । ସ୍ନାଇପର ପ୍ରଶିକ୍ଷଣ ନେବା ପଛରେ ତାଙ୍କର ପ୍ରେରଣା ସମ୍ପର୍କରେ ସୁମନ କୁମାରୀ କହିଛନ୍ତି ଯେ ପଞ୍ଜାବ-ପାକିସ୍ତାନ ସୀମାରେ ଏକ ପ୍ଲାଟୁନ୍‌ର ନେତୃତ୍ବ ନେଇ ପାଟ୍ରୋଲିଂ କରୁଥିବା ବେଳେ ତାଙ୍କ ପ୍ଲାଟୁନ୍‌ ସୀମାପାର ସ୍ନାଇପରଙ୍କ ଟାର୍ଗେଟକୁ ଆସିଥିଲା । ଏହି ଘଟଣା ତାଙ୍କୁ ବିଚଳିତ କରିଥିଲା ଏବଂ ସେ ଏହାର ଜବାବ ଦେବା ପାଇଁ ସ୍ଥିର କରିଥିଲେ । ସ୍ନାଇପର ଭାବେ ପ୍ରଶିକ୍ଷଣ ନେବାକୁ ଇଚ୍ଛାପ୍ରକାଶ କରି ନିଜର ଉପରିସ୍ଥ ଅଧିକାରୀଙ୍କୁ ସୁମନ ଲେଖିଥିଲେ । ସିଏସ୍‌ଡବ୍ଲୁଟି ଆଇଜି ଭାସ୍କର ସିଂହ ରାୱତ କହିଛନ୍ତି ଯେ ଯେଉଁମାନେ ଉତ୍କୃଷ୍ଟ ଲକ୍ଷ୍ୟଭେଦ କରିପାରନ୍ତି ସେମାନଙ୍କୁ ଆଲ୍‌ଫା ଓ ବ୍ରାଭୋ ବର୍ଗ ପ୍ରଦାନ କରାଯାଏ ।

SHARE BY