The Topmost

“The eyes believe themselves, the ears believe other people.”

୧ମ ସୋଆ ଇଣ୍ଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ

ରବିବାର ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥିରେ ୧୨ଟି ଦେଶରୁ ଭାଗ ନେଉଥିବା ଚେସ ଖେଳାଳୀ ମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଂଟରନ୍ୟାସନାଲ ମାଷ୍ଟର ରହିଛନ୍ତି । ଏହି ପ୍ରତିଯୋଗିତାକୁ ଓଡ଼ିଶାର କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରି ରାଜ୍ୟ ସରକାର କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଉଦଘାଟନ ସମାରୋହରେ କ୍ରୀଡା, ଯୁବ ବ୍ୟାପାର, ଗୃହ, ଇଲେକ୍‌ଟ୍ରୋନିକ୍‌ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଜ୍ୟମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ ।

ଅଲ ଓଡ଼ିଶା ଚେସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ନିମନ୍ତେ ସୋଆ ସହାୟତା ଯୋଗାଇଥିବା ବେଳେ ଏଥି ନିମନ୍ତେ ଇଂଟରନ୍ୟାସନାଲ ଚେସ ଫେଡେରସନ, ଅଲ ଇଣ୍ଡିଆ ଚେସ ଫେଡେରେସନ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଏନଆଇଆରଏଫ ରାଙ୍କିଙ୍ଗରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ବହୁବିଧ ବିକାଶ ନିମନ୍ତେ ଉଦ୍ୟମ କରୁଛି । ଏହି ବିଶ୍ୱବିଦ୍ୟାଳୟ କ୍ରୀଡାର ଏକ ବିଶେଷ କେନ୍ଦ୍ର ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ ।