୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଜାପାନ ଅଧିକୃତ ସିଙ୍ଗାପୁରଠାରେ ସୁଭାଷ ଚନ୍ଦ୍ର ବୋଷ ଜାପାନୀମାନଙ୍କ ସମର୍ଥନରେ ଆଜାଦ୍ ହିନ୍ଦ୍ ବା ସ୍ବାଧୀନ ଭାରତ ନାମରେ ଏକ କାମଚଳା ସରକାର ଘୋଷଣା କରିଥିଲେ । ନିଜେ ତାହାର ରାଷ୍ଟ୍ରମୁଖ୍ୟ, ପ୍ରଧାନମନ୍ତ୍ରୀ ଓ ଯୁଦ୍ଧମନ୍ତ୍ରୀ ରହିବା ସହ ଦକ୍ଷିଣ-ପୂର୍ବ ଏସୀୟ ବ୍ରିଟିସ ଉପନିବେଶ ଅଞ୍ଚଳରେ ରହୁଥିବା ଭାରତୀୟ ନାଗରିକ ଓ ସାମରିକ କର୍ମଚାରୀଙ୍କ ଉପରେ ଅଧିକାର ଘୋଷଣା କରିଥିଲେ ।
ପୂର୍ବ ଏସିଆରେ ରହୁଥିବା ଭାରତୀୟମାନଙ୍କୁ ଆଜାଦ୍ ହିନ୍ଦ ଫୌଜ ବା ଇଣ୍ଡିଆନ୍ ନାସନାଲ ଆର୍ମିରେ ଯୋଗଦେବା ଓ ସମର୍ଥନ କରିବା ପାଇଁ ସେ ପ୍ରବର୍ତ୍ତାଇଥିଲେ । ଆଜାଦ୍ ହିନ୍ଦ୍ ସରକାରର ନିଜସ୍ବ ମୁଦ୍ରା, ଅଦାଲତ ଓ ନାଗରିକ ସଂହିତା ରହିଥିଲା । ଦ୍ବିତୀୟ ବିଶ୍ବ ଯୁଦ୍ଧ ଅବସରରେ ଭାରତର ସ୍ବାଧୀନତା ପାଇଁ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏକ ପ୍ରକୃଷ୍ଟ ସମୟ ବିଚାରି ସେ ବିଦେଶରୁ ସ୍ବାଧୀନତା ସଂଗ୍ରାମ ଜାରି ରଖିଥିଲେ । ସରକାର ଗଠନ ପରେ ସୁଭାଷ ବୋଷ ଭାରତ-ବର୍ମା ସୀମାରେ ବିଶ୍ବଯୁଦ୍ଧର ମିତ୍ରଶକ୍ତି ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ।
ତାଙ୍କର ‘ଦିଲ୍ଲୀ ଚଲୋ’ ପରି ଯୁଦ୍ଧ ଡାକରା ବ୍ରିଟିସ୍ ସରକାରଙ୍କୁ ବିଚଳିତ କରିଦେଇଥିଲା । ଭାରତୀୟମାନଙ୍କୁ ଆହ୍ବାନ କରି ସେ କହିଥିଲେ, ‘ମୋତେ ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି।’ ଶେଷରେ ୧୯୪୫ ମସିହା ଅଗଷ୍ଟ ୧୮ରେ ତାଇୱାନଠାରେ ଏକ ବିମାନ ଦୁର୍ଘଟଣାରେ ସୁଭାଷଙ୍କର ସନ୍ଦେହଜନକ ମୃତ୍ୟୁ ସହ ସମଗ୍ର ଆଜାଦ୍ ହିନ୍ଦ୍ ଆନ୍ଦୋଳନର ଏକପ୍ରକାର ଅନ୍ତ ଘଟିଥିଲା ।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍