ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାକୁ ଯାଉଛି। ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ଏହି ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ସଭାପତି ପଦ ପାଇଁ ଜଣେ ଲେଖାଏଁ ନାମାଙ୍କନ ଭରିଥିବାରୁ, ୧୬ ଜଣ ନେତା ନିର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ନିର୍ବାଚିତ ହେଇଛନ୍ତି।
ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ। ସୁନ୍ଦରଗଡ ଜିଲ୍ଲା ପାଇଁ ନାମାଙ୍କନ ଭରିଛନ୍ତି ବିଧାୟକ ଯୋଗେଶ ସିଂ। ବରିଷ୍ଠ ବିଜେଡି ନେତା ମଙ୍ଗଳା କିଷାନଙ୍କ ଉପସ୍ଥିତିରେ ଯୋଗେଶ ଆଜି ଶଙ୍ଖ ଭବନରେ ନାମାଙ୍କନ କରିଛନ୍ତି। ସେପଟେ ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ପାଇଁ ତାଳଚେର ବିଧାୟକ ବ୍ରଜ ପ୍ରଧାନ ନାମାଙ୍କନ ଭରିଛନ୍ତି। ଶଙ୍ଖ ଭବନରେ ପହଞ୍ଚି ବ୍ରଜ ପ୍ରଧାନ ନାମାଙ୍କନ କରିଛନ୍ତି। ଅନ୍ୟପଟେ ପୂର୍ବତନ ବିଜେଡି ବିଧାୟକ ମାନସ ମାଡକାମୀ ମାଲକାନାଗିରି ଜିଲ୍ଲା ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।
More Stories
ପୁରୀରେ ଚାଲିଛି ନଡ୍ଡାଙ୍କ ପାଠଶାଳା
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର