The Topmost

“The eyes believe themselves, the ears believe other people.”

147 ହସ୍ପିଟାଲର ହେବ ରୂପାନ୍ତରିକରଣ

‘ଆମ ହସ୍ପିଟାଲ ‘ । ଏହି ଯୋଜନା ଅଧୀନରେ ରାଜ୍ୟର ୧୪୭ ଟି ହସ୍ପିଟାଲକୁ ରୂପାନ୍ତରିକରଣ କାର୍ଯ୍ୟ କରାଯିବ  । ଏଥିପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ବିଗତ କିଛି ବର୍ଷରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୪ଟି ପାଇଁ ପଦକ୍ଷେପ ନିଆଯାଉଛି । କଳାହାଣ୍ଡି , ତାଳଚେର, ଯାଜପୁର , କନ୍ଧମାଳ । ସେହିପରି ଅନୁଗୁଳ , ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ପୂରଣ କରାଯିବ । ୩ ହଜାର ଡାକ୍ତର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇଛି । ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଏହା ପରେ ଆଉ ୫ ହଜାର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ।