The Topmost

“The eyes believe themselves, the ears believe other people.”

12ରେ କର୍ଣ୍ଣାଟକ ଯିବେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ।  ପ୍ରଚାର ପାଇଁ ସବୁ ଦଳ ତତ୍ପର ହେଉଥିବା ବେଳେ ଆସନ୍ତା ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମାଣ୍ଡ୍ୟ ଏବଂ ହୁବୁଲି-ଧରୱାଡ ଜିଲ୍ଲା ଗସ୍ତରେ ଯିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମାଣ୍ଡ୍ୟ ଜିଲ୍ଲାର ମଦୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ଦିନ ୨ଟା ସୁଦ୍ଧା ହୁବୁଳିରେ ପହଞ୍ଚି ଆଇଆଇଟି ଧରୱାଡର ଉଦଘାଟନ କରିବେ ବୋଲି ସୂଚନା ରହିଛି । ମଦୁରରେ ଏକ ବୃହତ ଜନ ସଭାକୁ ମୋଦି ସମ୍ବୋଧିତ କରିବେ। ଆଗାମୀ ନିର୍ବାଚନରେ ମଦୁର ଅଞ୍ଚଳରେ ବିଜେପି ଅଧିକ ଆସନ ଜିତିବା ଉପରେ ଧ୍ୟାନ ଦେଉଛି । କାରଣ ଏହି ଅଞ୍ଚଳରେ ବିଜେପି ଦୁର୍ବଳ ବୋଲି ବିବେଚନା କରାଯାଉଛି । ମାଣ୍ଡ୍ୟ ଅଞ୍ଚଳରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ ବୋଲି ଯୋଶୀ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସପକ୍ଷରେ ହିଁ ମତ ରହିବ। ଦଳ ଆରାମରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ଜିତିବ।

SHARE BY