ଦୁନିଆ ଦେଖିବ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତି । । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ମୂର୍ତ୍ତିକୁ ସ୍ଥାପନ କରାଯାଇଛି । ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ । ଷ୍ଟାଚ୍ୟୁ ଅଫ୍ ୱାନନେସ୍ ପରିଯୋଜନା ନିର୍ମାଣ ପାଇଁ ୨୧୪୧ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳ ପ୍ରତିମା ନର୍ମଦା ନଦୀ ନିକଟରେ ଶୋଭା ପାଇବାକୁ ଯାଉଛି । ୧୮ ସେପ୍ଟେମ୍ବରରେ ଏହାର ଅନାବରଣ କାର୍ଯ୍ୟକ୍ରମ ଥିବା ବେଳେ ବର୍ଷା ଯୋଗୁଁ ଏବେ ଆଜି ଏହି କାର୍ଯ୍ୟକ୍ରମ ରଖାଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ବିଶାଳକାୟ ପ୍ରତି ମୂର୍ତ୍ତିର ଉଦଘାଟନ କରିବେ । କେରଳରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ପିଲାଟି ଦିନରୁ ସନ୍ନ୍ୟାସୀ ହୋଇ ଓଁଙ୍କାରେଶ୍ୱରରେ ପହଞ୍ଚିଥିଲେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ