କର୍ଣ୍ଣାଟକରେ ମେଗା ଶୋ କରିଛି କଂଗ୍ରେସ । ଭାରତ ଯୋଡ ଯାତ୍ରାର ୧୦୦୦କିଲୋମିଟର ଯାତ୍ରା ପୂରା ହୋଇଥିବାବେଳେ ଯାତ୍ରାକୁ ୩୮ଦିନ ପୂରିଛି । ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେଲ୍ଲାରୀରେ ଏକ ବିଶାଳ ଜନସଭା କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ବିଜେପିକୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ । ରାହୁଲ କହିଛନ୍ତି ଦେଶରେ ଗତ ୪୫ବର୍ଷ ଭିତରେ ସବୁଠୁ ଅଧିକ ବେକାରୀ ସମସ୍ୟା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨କୋଟି ରୋଜଗାର ଦେବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏକଦମ ମିଛ ବୋଲି ରାହୁଲ କହିଛନ୍ତି । ଏଥିସହ ରାହୁଲ କହିଛନ୍ତି କି ଆରଏସଏସ ଓ ବିଜେପିର ବିଚାରଧାରା ଦେଶକୁ ଦୁର୍ବଳ କରୁଛି ଓ ଭାଙ୍ଗୁଛି । ଦେଢମାସ ଧରି ଚାଲିବାକୁ ଥିବା ଭାରତ ଯୋଡ ଯାତ୍ରାରେ ସମସ୍ତ ସଦସ୍ୟ ପ୍ରାୟ ୩ହଜାର ୭୫୦ କିଲୋମିଟର ପଦଯାତ୍ରା କରିବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ