The Topmost

“The eyes believe themselves, the ears believe other people.”

ସ୍ୱାମୀ ବିବେକାନନ୍ଦଙ୍କ ୧୦ଟି ବିଚାର

ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ ।

ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ତେବେ ଆସନ୍ତୁ ଜାଣିବା ସ୍ୱାମୀ ବିବେକାନନ୍ଦଙ୍କ କିଛି ବିଚାର ଯାହା ଆପଣଙ୍କ ମନରେ ପ୍ରେରଣା ଭରିଦେବ ।

୧. ଉଠ, ଜାଗ୍ରତ ହୁଅ ଏବଂ ସେ ପର୍ଯ୍ୟନ୍ତ ବିଶ୍ରାମ ନିଅନି ଯେଉଁ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତି ନହୋଇଛି ।

୨. ଯଦି ତୁମର ନିଜ ଉପରେ ଭରସା ନାହିଁ ତେବେ ତୁମେ ସବୁଠାରୁ ବଡ ନାସ୍ତିକ ।

୩. ସବୁଠାରୁ ବଡ ଧର୍ମ ହେଉଛି ନିଜ ସ୍ୱଭାବ ପ୍ରତି ସଚ୍ଚୋଟ ହେବା ।

୪. ବିଶ୍ୱ ଏକ ବ୍ୟାୟାମଶାଳା ଯେଉଁଠିକି ଆମେ ନିଜକୁ ମଜଭୁତ କରିବା ପାଇଁ ଆସିଛନ୍ତି ।

୫. ବାହାର ଦୁନିଆ ବିଲକୁଲ ସେହିଭଳି ଯେଉଁଭଳି ଆମେ ଏହାକୁ ମନ ଭିତରୁ ଦେଖୁଛନ୍ତି । ଆମେ ବିଚାର ହିଁ ଦୁନିଆକୁ ସୁନ୍ଦର କିମ୍ବା ଅସୁନ୍ଦର ଦର୍ଶାଇବ ।

୬. ଯେଉଁ ଦିନ ତୁମ ସାମ୍ନାରେ କିଛି ସମସ୍ୟା ଆସିବନି ଜାଣିରଖ ଯେ ତୁମେ ଭୁଲ୍ ମାର୍ଗରେ ଯାଉଛ ।

୭. ଯେଉଁ ଅଗ୍ନି ଆମକୁ ଉତ୍ତାପ ଦେଉଛି ସେହି ଅଗ୍ନି ଆମକୁ ନଷ୍ଟ ମଧ୍ୟ କରିପାରେ । କିନ୍ତୁ ଏହା ଅଗ୍ନିର ଦୋଷ ନୁହେଁ ।

୮. ସବୁବେଳେ ମନେରଖ, ତୁମ ପାଇଁ କିମ୍ବା ତୁମ ଆତ୍ମା ପାଇଁ କିଛି ବି ଅସମ୍ଭବ ନୁହେଁ ।

୯. ସତ୍ୟ ପାଇଁ ସବୁକିଛି ଛାଡିଦେବା ଉଚିତ୍ କିନ୍ତୁ କାହା ପାଇଁ ସତ୍ୟକୁ ଛାଡିବା ଉଚିତ୍ ନୁହେଁ ।

୧୦. ସବୁବେଳେ ଏହା ମନରଖ, ସମସ୍ତ ଘଟଣା ପଛରେ ନିଶ୍ଚୟ କିଛି କାରଣ ରହିଥାଏ । ବିନା କାରଣରେ ବୃକ୍ଷରେ ପତ୍ର ମଧ୍ୟ ହଲିନଥାଏ ।

SHARE BY