ବନ୍ଦ ହେଲା ରାଜଧାନୀର ୧ ନମ୍ବର ହାଟ । ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦୈନିକ ହାଟ ବ୍ୟବସାୟୀ ସଂଘ । ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । ଭୁବନେଶ୍ୱର ୧ ନମ୍ବର ହାଟରେ ପାର୍କିଂ ସମସ୍ୟାକୁ ନେଇ ବ୍ୟବସାୟୀ ସଂଘ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ପାର୍କିଂ ସମସ୍ୟା ସମାଧାନ ହୋଇନି, ସେ ପର୍ଯ୍ୟନ୍ତ ହାଟ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି । ସେପଟେ ପାର୍କିଂ ସମସ୍ୟାକୁ ନେଇ ଆଲୋଚନା ପରେ ବିଏମସି ମଙ୍ଗଳବାର ଯାଏଁ ସମୟ ମାଗିଥିବାରୁ ମଙ୍ଗଳବାର ଯାଏଁ ହାଟ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା