October 15, 2025

୧ ଡଲାରର ମୂଲ୍ୟ ୮୪.୩୦ ଭାରତୀୟ ମୁଦ୍ରା, ଟ୍ରମ୍ପଙ୍କ ବିଜୟ ଭାରତକୁ ଅଡୁଆ

ଆମେରିକୀୟ ଡଲାର ତୁଳନାରେ ଏବେ ଟଙ୍କାର ମୂଲ୍ୟ ଦୈନିକ ହ୍ରାସ ହେବାରେ ଲାଗିଛି। ଏଥିରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଐତିହାସିକ ସ୍ତରକୁ ଖସିଛି। ଫଳରେ ୧ ଡଲାର ପିଛା ଭାରତୀୟ ଟଙ୍କାର ମୂଲ୍ୟ ୮୪.୩୦ ଟଙ୍କା ହୋଇଯାଇଛି। ଭାରତୀୟ ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଦ୍ୱାରା ଲଗାତାର ବିକ୍ରି ଯୋଗୁ ବଢୁଥିବା ଫଣ୍ଡ ଆଉଟ ଫ୍ଲୋ ଏପରି ପରିସ୍ଥିତି ସୃଷ୍ଟି କରିଛି।

ଯଦି ପରିସ୍ଥିତି ଏଭଳି ଲାଗି ରହିଲା ଭାରତୀୟ ଟଙ୍କା ରଶାତଳଗାମୀ ନ ହେବ ତାହା କହି ହଉ ନାହିଁ।

ଆମରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଯୋଗୁ ଡଲାର ଆହୁରି ମଜଭୁତ ହୋଇଛି। ଯାହା ଆଗାମୀ ସମୟରେ ଆହୁରି ମଜଭୁତ ହେବା ସହ ଭାରତୀୟ ଟଙ୍କାକୁ ନିମ୍ନଗାମୀ କରିବାର ଭୟ ସୃଷ୍ଟି କରୁଛି। ଗତ ବୁଧବାର ଟଙ୍କା ତାର ସର୍ବନିମ୍ନ ସ୍ତରରେ ବନ୍ଦ ହୋଇଥିଲା। ସେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୪.୨୮ ଟଙ୍କାକୁ ପହଞ୍ଚିଯାଇଥିଲା। ଟଙ୍କା ଦୁର୍ବଳ ହେବା ଭାରତ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି କରିବ ବୋଲି ଏବେ ଆଶଙ୍କା କରାଗଲାଣି। ଡଲାର ମଜଭୁତ ହେବାର ଅର୍ଥ ଭାରତର ଆମଦାନୀ ବିଲ୍ ବଢିବ।

ଭାରତ ବିଦେଶରୁ ସବୁଠୁ ଅଧିକ ଅଶୋଧିତ ତୈଳ ଆମଦାନୀ କରୁଛି। ଏବେ ଏହାକୁ କିଣିବା ପାଇଁ ଅଧିକ ଅର୍ଥ ବିନିମୟ କରିବାକୁ ପଡିବ। କାରଣ ଡଲାର ମହଙ୍ଗା ହୋଇଯାଇଛି। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିରେ ଏହାର ଆମଦାନୀ ପାଇଁ ଭାରତକୁ ଅଧିକ ବ୍ୟୟ କରିବାକୁ ପଡିବ। ଯାହାର ପରିଣାମ ଦେଶରେ ଅନେକ ପଦାର୍ଥର ମୂଲ୍ୟ ବୃଦ୍ଧି ହେବ। ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ମଧ୍ୟ ପଡିବ। କାରଣ ଦେଶରେ ପରିବହନ ଇନ୍ଧନ ରୂପେ ଡିଜେଲ ବ୍ୟବହୃତ ହେଉଛି।

SHARE BY