ଭାରତକୁ ଚୀନର ଚେତାବନୀ । ଭାରତ ତା’ର ‘ୱାନ୍ ଚାଇନା’ ନୀତିରେ କାଏମ ରହିବାକୁ ହେବ । ଏବଂ ତାଇୱାନ ପ୍ରସଙ୍ଗରୁ ନିଜକୁ ଦୂରେଇ ରହିବାକୁ ହେବ ବୋଲି ନୂଆଦିଲ୍ଲୀ ସ୍ଥିତ ଚୀନ୍ ଦୂତାବାସ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି । ଭାରତ ଏହି ମାମଲାରେ ଆମେରିକାର ପଦାଙ୍କ ଅନୁସରଣ କରିବା ଠିକ୍ ହେବନାହିଁ ବୋଲି ମଧ୍ୟ ଚୀନ୍ ଚେତାଇ ଦେଇଛି । ଗୁରୁବାର କଂଗ୍ରେସ ସାଂସଦ ମନିଷ ତିୱାରୀ କହିଥିଲେ ଯେ ଭାରତ ତାଇୱାନକୁ ସାଂସଦଙ୍କ ଏକ ପ୍ରତିନିଧି ଦଳ ପଠାଇବା ଉଚିତ । କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଭାରତ ତାଇୱାନ କାର୍ଡ ଖେଳିବା ଉଚିତ ବୋଲି କହିଥିଲେ । ତେବେ ଏଭଳି ବୟାନ ପରେ ଚୀନ୍ ଦୂତାବାସ ପକ୍ଷରୁ ଭାରତକୁ ଚେତାବନୀ ଦେଇ ଏଭଳି ବିବୃତି ଜାରି କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ