ସ୍ୱାଭିମାନ ଅଞ୍ଚଳରେ ଭୁଶୁଡୁଛି ଲାଲଗଡ । ମାଓ ସଂଗଠନରୁ ମୁହଁ ଫେରାଇ ନେଇ ମାଲକାନଗିରି ଏସପିଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ୯୦୭ ଜଣ ମାଓ ସମର୍ଥକ । ସେମାନଙ୍କ ମଧ୍ୟରେ ୪୬୭ ଜଣ ସକ୍ରିୟ ମିଲିସିଆ ଥିବା ଜଣାପଡିଛି । ସ୍ୱାଭିମାନ ଅଞ୍ଚଳର ଘନବେଡା ବିଏସଏଫ କ୍ୟାମ୍ପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଓସମର୍ଥକ ଆତ୍ମସମର୍ପଣ କରିଛନ୍ତି । ତେବେ ବିପୁଳ ସଂଖ୍ୟାରେ ମାଓବାଦୀଙ୍କ ଆତ୍ମସମର୍ପଣ କରିବା ମାଲକାନଗିରି ପୁଲିସ ପାଇଁ ବଡ ସଫଳତା ବୋଲି କୁହାଯାଉଛି । ମାଓସଂଗଠନ ଆଦର୍ଶରୁ ଦୁରେଇ ଯାଉଥିବାରୁ ସେମାନେ ସଂଗଠନ ଛାଡିଥିବା କହିଛନ୍ତି । ଆତ୍ମସମର୍ପଣ କରିଥିବା ଅନେକ ମିଲିସିଆ ଏକାଧିକ ହତ୍ୟା ମାମଲା ଓ ହିଂସାକାଣ୍ଡରେ ସଂପୃକ୍ତ ଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା