The Topmost

“The eyes believe themselves, the ears believe other people.”

୮ ମାସ ଯାଏଁ ଶରୀରରେ ରହେ ଭାଇରସ୍

କୋଭିଡକୁ ନେଇ ନୂଆ ତଥ୍ୟ । କୋଭିଡ ଭୂତାଣୁ ଥରେ ଆକ୍ରମଣ କଲେ ଏହା ମସ୍ତିଷ୍କ ସମେତ ଶରୀରର ସମସ୍ତ ଭାଗରେ ପ୍ରାୟ ୮ ମାସ ଧରି ରହିଥାଏ । କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୋଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଆମେରିକା ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ଏନଆଇଏଚର ଗବେଷକ ଗତ ୨୦୨୦ ଏପ୍ରିଲରୁ ୨୦୨୧ ଏପ୍ରିଲ ମଧ୍ୟରେ ପ୍ରାଣ ହରାଇଥିବା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ପରୀକ୍ଷା କରିଥିଲେ । ସେମାନେ ମସ୍ତିଷ୍କ ସମେତ ସ୍ନାୟୁ ବ୍ୟବସ୍ଥାରେ ବି ଭୂତାଣୁ ରହିଥିବା ସୂଚନା ପାଇଥିଲେ । ପରୀକ୍ଷା କରାଯାଇଥିବା ରୋଗୀମାନେ ଟିକା ନେଇ ନଥିଲେ ଏବଂ ଏହି କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିଲା । କେତେକ ରୋଗୀଙ୍କ ବ୍ଳଡ ପ୍ଲାଜମା ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲା । କୋଭିଡ ଭୂତାଣୁ ଶରୀରରେ ପ୍ରବେଶ କଲେ ଏହା ବାୟୁର ପ୍ରବେଶ ପଥ ଓ ଫୁସଫୁସ ଟିସ୍ୟୁକୁ ନଷ୍ଟ କରିଦେଇଥାଏ ବୋଲି ଗବେଷକ କହିଛନ୍ତି ।