The Topmost

“The eyes believe themselves, the ears believe other people.”

୮୨ ବର୍ଷ ବୟସରେ ବିଦାୟ ନେଲେ ପେଲେ

ଆଉନାହାନ୍ତି ଫୁଟବଲ ତାରକା ପେଲେ । ୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ । ବିଶ୍ବର ଏହି କିମ୍ବଦନ୍ତୀ ଫୁଟବଲ ଖେଳାଳି ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଗତ ନଭେମ୍ବର ୨୯ ତାରିଖରେ ପେଲେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ ନକରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା । ପେଲେ ନାମରେ ପରିଚିତ ଏଡସନ୍ ଅରାଣ୍ଟେସ୍ ଡୁ ନାସ୍କିମେଣ୍ଟୋ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି । ଗତ ଫିଫା ବିଶ୍ବକପ୍ ବେଳେ ସେ ଶଯ୍ୟାଶାୟୀ ଥାଇ ବ୍ରାଜିଲ ଟିମକୁ ଉତ୍ସାହିତ କରିଥିଲେ । ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ ପେଲେ ।