‘ଟ୍ବିଟର୍’ର ପ୍ରସିଦ୍ଧ ‘ପକ୍ଷୀ’ ଲୋଗୋର ପ୍ରତିମୂର୍ତ୍ତିକୁ ୧ ଡଲାର୍ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା କଥା ତଥ୍ୟ ସାମ୍ନାକୁ ଆସିଛି । ଏହି ‘ପକ୍ଷୀ’ ପ୍ରତିମୂର୍ତ୍ତିର କ୍ରେତାଙ୍କ ପରିଚୟ ଜଣାପଡ଼ିନାହିଁ। ସାନ୍ ଫ୍ରାନ୍ସିସ୍କୋ ସ୍ଥିତ କାର୍ଯ୍ୟାଳୟରୁ କିଛି ବଳକା ଅଫିସ ସାମଗ୍ରୀ ହଟାଇବା ନିମନ୍ତେ ‘ଟୁଇଟର୍’ ନିଲାମ ଡାକିଥିଲା । ବିଭିନ୍ନ ସ୍ମରଣୀୟ ସାମଗ୍ରୀଠାରୁ ଆରମ୍ଭ କରି, ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ, ଆସବାବ୍ପତ୍ର ଏବଂ କିଚେନ୍ ସପ୍ଲାଏ ଆଦି ୬୦୦ ସାମଗ୍ରୀ ସବୁକୁ ନିଲାମ ଡାକି ବିକ୍ରୟ କରାଯାଇଥିଲା । ନିଲାମ ପରିଚାଳନା କରିଥିବା ‘ହେରିଟିଜ୍ ଗ୍ଲୋବାଲ୍ ପାର୍ଟନର୍ସ’ କହିବା ଅନୁସାରେ, ପ୍ରାୟ ୪ ଫୁଟ୍ ଉଚ୍ଚର ‘ଟୁଇଟର୍ ପକ୍ଷୀ’କୁ ୧୦୦,୦୦୦ ଡଲାର୍ରେ ନିଲାମ ଧରାଯାଇଛି। କିନ୍ତୁ, ଏହାକୁ କେତେ ଟଙ୍କାରେ ନିଲାମ ଡକା ଯାଇଥିଲା ଓ ଏହାର କ୍ରେତା କିଏ, ସେକଥା କହିବାକୁ କମ୍ପାନି ମନା କରିଦେଇଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ