The Topmost

“The eyes believe themselves, the ears believe other people.”

୮ଟି ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକ ନିଯୁକ୍ତ

୮ଟି ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି । ଭୁବନେଶ୍ୱର ସମେତ ଦେଶର ୮ଟି ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଏ ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ସମସ୍ତ ଆଇଆଇଟି ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ପାଇପାରିବେ । ରାଷ୍ଟ୍ରପତି ଦେଶର ସମସ୍ତ ଆଇଆଇଟି ଅନୁଷ୍ଠାନର ପରିଦର୍ଶକ ହୋଇଥିବାରୁ ଆଇଆଇଟିର ନିର୍ଦ୍ଦେଶକ ନିଯୁକ୍ତ କରିବାର ରାଷ୍ଟ୍ରପତିଙ୍କର ଅଧିକାର ରହିଛି । ଏହି କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ପ୍ରଫେସର ଏ ସେଶାଦ୍ରି ଶେଖରଙ୍କୁ ଆଇଆଇଟି ପାଲକ୍କଡ ପାଇଁ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିବାବେଳେ ପ୍ରଫେସର କେ.ଏନ୍ ସତ୍ୟନାରାୟଣଙ୍କୁ ଆଇଆଇଟି ତିରୁପତିର ନିର୍ଦ୍ଦେଶକ ତଥା ପ୍ରଫେସର ଭେଙ୍କପ୍ପା ଆର ଦେଶାଇଙ୍କୁ ଆଇଆଇଟି ଧରୱାଡର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି । ପ୍ରଫେସର ରାଜୀବ ପ୍ରକାଶଙ୍କୁ ଆଇଆଇଟି ଭିଲାଇ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବାବେଳେ ପ୍ରଫେସର ରଜତ ମୁନା ଆଇଆଇଟି ଗାନ୍ଧିନଗରର ନୂତନ ନିର୍ଦ୍ଦେଶକ ହେବେ ।