ହରିୟାଣାର ସୋନିପଥରେ ଏକ ଆପାର୍ଟମେଣ୍ଟର ୭ ମହଲାରେ ଲାଗିଲା ଭୀଷଣ ନିଆଁ । ବିକଳରେ ଲୋକେ ବେଡସିଟ ଓ ଲୁଗା ଗୁଡାଇ ହୋଇ ତଳକୁ ଖସୁଥିବାର ଦେଖିବାକୁ ମିଳିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସୋନପଥ ନ୍ୟାସନାଲ ହାଇୱେ କଡରେ ଥିବା ଏକ୍ସପ୍ରେସ୍ ଗ୍ରୀନ୍ ନାମକ ସୋସାଇଟିର ସି ବ୍ଲାକ୍ ୭ ମହଲା କୋଠାରେ ନିଆଁ ଲାଗିବାରୁ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ଏକାଧିକ ଲୋକ ପୋଡି ଆହତ ହୋଇଥିବା ଖବର ରହିଛି । ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିଲ୍ଡିଂ ଭିତରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ