୭ ଟଙ୍କା ବୃଦ୍ଧି ପାଇଲା ଶ୍ରମିକଙ୍କ ଦୈନିକ ମଜୁରୀ । କୁଶଳୀ, ଅଣକୁଶଳୀ ଏପରି ସମସ୍ତ ବର୍ଗର ଶ୍ରମିକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୪୧୬ ଟଙ୍କାରୁ ବଢି ୪୨୩ ଟଙ୍କା ହୋଇଛି । ସେହିଭଳି ଅତିକୁଶଳୀଙ୍କ ପାରିଶ୍ରମିକ ୪୭୬ ଟଙ୍କାରୁ ବଢି ୪୮୩ ଟଙ୍କା, ସ୍ୱଳ୍ପ କୁଶଳୀଙ୍କ ମଜୁରୀ ୩୬୬ ଟଙ୍କାରୁ ବଢି ୩୭୩ ଟଙ୍କା ହୋଇଛି । ଶେଷରେ ଅଣକୁଶଳୀଙ୍କ ଦୈନିକ ମଜୁରୀ ୩୨୬ ଟଙ୍କା ଥିବାବଳେ ଏବେ ଏହା ୩୩୩ ଟଙ୍କାରେ ପହଞ୍ଚିଛି । ଏନେଇ ଶ୍ରମ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ମଜୁରୀ ବୃଦ୍ଧି ଅକ୍ଟୋବର ପହିଲାରୁ ଲାଗୁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ରାଜ୍ୟ ଉପଦେଷ୍ଟା ବୋର୍ଡର ନିଷ୍ପତ୍ତି ଅନୁସାରେ ୨୦୧୯ ଏପ୍ରିଲରୁ ସରକାର ପ୍ରତିବର୍ଷ ମଜୁରୀ ବୃଦ୍ଧି କରିଆସୁଛନ୍ତି । ଏନେଇ ଦୁଇଟି ତାରିଖରେ ମଜୁରୀ ବୃଦ୍ଧି ଘୋଷଣା ହୋଇଥାଏ । ଏପ୍ରିଲ ପହିଲା ଓ ଅକ୍ଟୋବର ପହିଲାରେ ସରକାର ନୂଆ ମଜୁରୀ ଘୋଷଣା କରିଥାନ୍ତି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା