The Topmost

“The eyes believe themselves, the ears believe other people.”

୭୫ ଟଙ୍କିଆ କଏନ ଜାରି କରିବ କେନ୍ଦ୍ର

୭୫ ଟଙ୍କିଆ କଏନ ଜାରି କରିବ କେନ୍ଦ୍ର । ନୂଆ ସଂସଦ ଭବନ ଉଦଘାଟନୀ ଅବସରରେ ଏହି କଏନ ଜାରି ହେବ । ଏନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କଏନେଜ୍‌ ରୁଲସ ୨୦୨୩ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ । ଏହାର ନିର୍ମାଣ ଟଙ୍କାଶାଳରେ କରାଯିବ । ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ମିଶ୍ରଣରେ ତିଆରି କରାଯିବ ୭୫ ଟଙ୍କିଆ କଏନ । ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ଏହି ୭୫ ଟଙ୍କିଆ କଏନର ଓନଜ ୩୫ ଗ୍ରାମ ରହିବ ଏବଂ ଏଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ କପର ଏବଂ ୫-୫ ପ୍ରତିଶତ ନିକେଲ ଏବଂ ଜିଙ୍କ ରହିବ । ସଂସଦ ଭବନର ଚିତ୍ର ତଳେ ୨୦୨୩ ମଧ୍ୟ ଲେଖାଯିବ । ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ ଲେଖାଯିବ । ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ଲେଖାରହିବ । ସମ୍ମୁଖ ପାର୍ଶ୍ବରେ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ ରହିବ । ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ ଏବଂ ଇଂରାଜୀ ସଂଖ୍ୟାରେ ୭୫ ଉଲ୍ଲେଖ କରାଯିବ ।