ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ୮ ରାଜ୍ୟରେ ଲଗାଣବର୍ଷା ପରେ ଏବେ ବନ୍ୟା ବିଭିଷୀକା ଦେଖିବାକୁ ମିଳିଛି । ଏହି ସମସ୍ତ ରାଜ୍ୟରେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଗାଁଗଣ୍ଡାଠୁ ନେଇ ସହର ଏବେ ବନ୍ୟା ଘେର ଭିତରେ ରହିଛି । ଯାହାକୁ ନେଇ ମଧ୍ୟପ୍ରଦେଶର ୨୭ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ରଖାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ସେପଟେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ଦେଖିବା ସହ ବନ୍ୟା ବିପନ୍ନଙ୍କୁ ଭେଟି ସହାୟତ ପ୍ରଦାନ କରିଛନ୍ତି । ଉତ୍ତରଭାରତରେ ବନ୍ୟା ବିତ୍ପାତ ଜାରି ରହିଥିବାବେଳେ ପାହାଡିଆ ରାଜ୍ୟ ଉତରାଖଣ୍ଡ, ହିମାଚଳପ୍ରଦେଶ ଓ କଶ୍ମୀରରେ ବନ୍ୟା ସାଙ୍ଗକୁ ଭୁସ୍ଖଳନ ଏବଂ ବାଦଲଫଟା ବର୍ଷା ଏଠାକାର ସ୍ଥିତିକୁ ସଂଗୀନ କରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍