ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଗତ ମାର୍ଚ୍ଚ ମାସ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ପ୍ରଦୀପ। ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରୁଥିଲା। ତେବେ ଏହାପୂର୍ବରୁ ଆଉ ୬ ମାସ ଯାଏଁ ବଢାଯାଇଛି ତାଙ୍କ କାର୍ଯ୍ୟକାଳ।୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ କୁମାର ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ। କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ । ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମିକା ଥିଲା। ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ। ଓଡ଼ିଶା ଆର୍ଥିକ ଭାବେ ଦୁର୍ବଳ ଥିବା ସମୟରେ ଶ୍ରୀ ଜେନା ଉଲ୍ଲେଖନୀୟ କାମ କରିଥିଲେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି