୬ ଦିନ ପରେ କୁନୋ ନ୍ୟାସନାଲ ପାର୍କକୁ ଫେରିଲା ଓବାନ୍ । ଗୁରୁବାର ତାକୁ ଶିବପୁରୀ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଲଗାତାର ଗ୍ରାମାଞ୍ଚଳ ଓ ଆଖାପାଖ ଇଲାକାରେ ଖୋଜାଖୋଜି କରିବା ପରେ ତାକୁ ଶିବପୁରୀ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ବନ ଅଧିକାରୀ ଆଶ୍ୱସ୍ତ ହୋଇଛନ୍ତି । ସୂଚନା ମୁତାବକ, ମଧ୍ୟପ୍ରଦେଶ ଶ୍ୟୋପୁର ନିକଟ କୁନୋ ନ୍ୟାସନାଲ ପାର୍କରେ ଖୋଲା ଛଡାଯାଇଥିଲେ ନାମ୍ବିବ୍ୟାରୁ ଅଣାଯାଇଥିବା ୪ ଚିତା । ସେଥିରୁ ଏପ୍ରିଲ ୧ ତାରିଖରେ ଚିତା ଓବାନ୍ ପାର୍କରୁ ବାହାରି ଗ୍ରାମାଞ୍ଚଳ ଆଡକୁ ପଳାଇଥିଲା । ଏହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଯାହା ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ