The Topmost

“The eyes believe themselves, the ears believe other people.”

୬ କୋଟି ବର୍ଷ ପୁରୁଣା ପ୍ରସ୍ତରରୁ ନିର୍ମାଣ ହେବ ମୂର୍ତ୍ତି

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା । ନେପାଳରୁ ୭ ଦିନ ଧରି ୩୭୩ କିଲୋମିଟର ଯାତ୍ରା ପରେ ଅଯୋଧ୍ୟା ଆସିଲା ୨ଟି ୬ କୋଟି ବର୍ଷର ପୁରୁଣା ଶିଳା । ଗୋଟିଏ ଶିଳାର ଓଜନ ୨୬ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୪ ଟନ୍ । ୬ କୋଟି ବର୍ଷ ପୁରୁଣା ଏହି ପ୍ରସ୍ତରରୁ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ମୂର୍ତ୍ତି ନିର୍ମାଣ କରାଯିବ । ମୂର୍ତ୍ତି ରାମ ଦରବାରରେ ପ୍ରତିଷ୍ଠା ହେବ । ଅଯୋଧ୍ୟାରେ ଶିଳା ପହଞ୍ଚିବା ପରେ ରାମଭକ୍ତଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ରାମ ମନ୍ଦିର ନିର୍ମାଣ ସ୍ୱପ୍ନ ସତ ହେଉଥିବାରୁ ଲୋକେ ଭାବୁକ ହୋଇ ପଡ଼ିଥିଲେ ।