୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଏହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା। ପ୍ରତୀକ୍ଷାର ନିର୍ମାତା ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦୀପନ୍ୱିତ ଦାସମହାପାତ୍ର ଓ ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର । ଏହି ଫିଲ୍ମରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି । ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ କେମିତି ସଂଘର୍ଷ । ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ।
More Stories
ବିବାହ ପୂର୍ବରୁ କରନ୍ତୁନି ଏହି ସବୁ କାମ ନଚେତ୍..
ଦମଦାର ଅଭିନୟରେ ଦର୍ଶକ ଘାଇଲା..
ମୁସଲିମ୍ ବିବାହ ପରେ ସ୍ବରାଙ୍କ ରୂପକୁ ନେଇ ବିବାଦ