୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍। ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି। ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲା। ଏତେ ପରିମାଣର ଗଞ୍ଜେଇ ଓଡ଼ିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିବାକୁ ସକ୍ଷମ ହୋଇଛି।
ପୁଲିସ କହିଛି ଯେ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ୧୩ନଂ ଗାଁ ଛକରୁ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ୭ ତାରିଖ ରାତିରେ ନିଶାଦ୍ରବ୍ୟ ଚୋରା ଚାଲାଣାର ଖବର ଚିତ୍ରକୁଣ୍ଡା ପୁଲିସ୍ ପାଖରେ ପହଞ୍ଚିଥିଲା। ଏହାକୁ ରୋକିବା ପାଇଁ ଚିତ୍ରକୁଣ୍ଡା ପୁଲିସ୍ର ଗୋଟିଏ ଟିମ ରାତି ସମୟରୁ ଆରଏସସି ୧୩ ନଂ,୧୧ନଂ ଓ ୧୦ ନଂ ଅଞ୍ଚଳରେ ଆରମ୍ଭ କରିଥିବା ଜୋରଦାର ପ୍ୟାଟ୍ରୋଲିଂ। ଏଥିସହ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଥିଲା।
ଯାଞ୍ଚ ବେଳେ କିଛି ଯୁବକ ଆରଏସ୍ସି ୧୩ନଂ ଛକ ଠାରୁ ଦୁଇଶହ ମିଟର ଦୂରରେ ଥିବା ଗୋଟିଏ ଜଙ୍ଗଲ ରାସ୍ତାରେ ଛିଡ଼ା ହୋଇଥିବା ପୁଲିସ୍ ଦେଖିବାକୁ ପାଇଥିଲା। ଅନ୍ଧାର ରାତିରେ କିଛି ଯୁବକ ଜଙ୍ଗଲ ରାସ୍ତାରେ ଛିଡ଼ା ହୋଇଥିବାରୁ ପୁଲିସ୍ର ସନ୍ଦେହ ଉପୁଜିଥିଲା। ତେଣୁ ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଟିମ୍ ଜଙ୍ଗଲ ରାସ୍ତା ଅଭିମୁଖେ ଯାଇଥିଲା। କିନ୍ତୁ ସେଠାରେ ଛିଡ଼ା ହୋଇଥିବା ଯୁବକମାନେ ପୁଲିସ୍କୁ ଦେଖିବା ମାତ୍ରେ ଜଙ୍ଗଲ ଭିତରକୁ ଦୌଡ଼ିବାକୁ ଲାଗିଥିଲେ।
ପୁଲିସ୍ ମଧ୍ୟ ସେମାନଙ୍କୁ ପିଛା କରିବା ଆରମ୍ଭ କରିଥିଲା। ଦୀର୍ଘ ସମୟର ଧରପଗଡ଼ ପରେ ପୁଲିସ୍ ପଞ୍ଝାରେ ୨ ଜଣ ଯୁବକ ଧରାପଡ଼ିଥିଲେ। କିନ୍ତୁ ଅନ୍ୟମାନେ ସେଠାରୁ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲେ। ସେମାନଙ୍କୁ ଧରିବା ପରେ ପୁଲିସ୍ ଜଙ୍ଗଲ ଭିତରେ ୬୪ଟି ଜରି ବସ୍ତାରେ ରଖାଯାଇ ଥିବା ଗଞ୍ଜେଇ ଗୁଡ଼ିକ ପାଖରେ ପହଞ୍ଚିଥିଲା।
ଗଞ୍ଜେଇ ସହ ଚାଲାଣ ପାଇଁ ସେଠାରେ ଥିବା ଗୋଟିଏ ବାଇକ(ଏପି ୦୫ ଇଭି ୨୩୫୯) ଓ ଗୋଟିଏ ମହେନ୍ଦ୍ରା ବୋଲେରୋ(ଓଡି ୧୦ ଡି ୭୦୪୩)କୁ ପୁଲିସ ଜବତ କରିଛି। ଏହି ବସ୍ତା ଗୁଡ଼ିକରେ ମୋଟ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ରହିଥିଲା। ଏହାର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍ କହିଛି। ଗଞ୍ଜେଇ ବସ୍ତାଗୁଡ଼ିକ ଓଡ଼ିଶାରୁ ଆନ୍ଧ୍ରର ସିଲେରୁ ଅଞ୍ଚଳକୁ ଚାଲାଣ ହେବାର ଥିଲା।
https://thetopmost.in/miracle-garden-of-dubai/
https://thetopmost.in/a-short-story-about-samrat-gasouddins-justice/
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା