ଲୋକମାନେ ସାଧାରଣତଃ ସପ୍ତାହକୁ ଥରେ କିଣାବିକା କରିଥାଆନ୍ତି, ଏଭଳି ମଧ୍ୟ କେତେ ଲୋକ ଅଛନ୍ତି ଯିଏ ପ୍ରତିଦିନ କିଣନ୍ତି । ହେଲେ ଜଣେ ମହିଳା ୬ମାସରେ ଥରେ କିଣା ବିକା କରୁଥିବା ନେଇ ସୂଚନା ଦେଇଛନ୍ତି । ୟୁଟୁ୍ୟବର୍ ତବିଥା କେଲି ଏକ ପୋଷ୍ଟରେ ଏ ବିଷୟରେ ଜଣାଇଛନ୍ତି । ତାଙ୍କର ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ପ୍ରତି ୬ମାସରେ ନିଜ ପରିବାର ପାଇଁ କିଣାବିକା କରିବା ସହିତ ଖାଦ୍ୟ ଜିନିଷ ଷ୍ଟକ୍ କରି ରଖିଥାଆନ୍ତି । ତାଙ୍କର ୫ଟି ପିଲା ରହିଛନ୍ତି, ଯାହାଙ୍କ ପାଇଁ ସେ ଏକା ଥରକେ ସପିଂ କରନ୍ତି । ତେବେ ଏଥି ନିମନ୍ତେ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ ବୋଲି ସେ କହିଛନ୍ତି । ସବୁ ସାମଗ୍ରୀର ତାଲିକା ପ୍ରସ୍ତତ କରିବାକୁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ସେ କିନ୍ତୁ ନିଜର ଏଭଳି ସପିଂ କାରଣରୁ ପ୍ରତି ସପ୍ତାହରେ ମାର୍କେଟ ଯିବାରୁ ବଞ୍ଚୁଛନ୍ତି । ଯାହା ତାଙ୍କୁ ଆରାମ ପ୍ରଦାନ କରୁଛି ବୋଲି ସେ ମତ ଦେଇଛନ୍ତି । ତାଙ୍କ ଘରେ ସର୍ବଦା ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଭରି ରହିଥାଏ । ସେ ଏକାଥରେ ୬ଟି ବଡ ଅଲିଭ୍ ତେଲ, ୨୦ଟି ପ୍ୟାକେଟ୍ ବଟର୍, ୧୦ ଡଜନ ଅଣ୍ଡା, ୨୨ ପ୍ୟାକେଟ୍ ପାସ୍ତା ଭଳି ସାମଗ୍ରୀ କିଣି ଘରେ ରଖନ୍ତି । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ମିଶ୍ର ପ୍ରତିକ୍ରିୟା ମିଳିଛି । କେହି କେହି ଏହାକୁ ପସନ୍ଦ କରୁଥିବା ବେଳେ କେତେକ ଲୋକ ପସନ୍ଦ କରିନାହାନ୍ତି ।
“The eyes believe themselves, the ears believe other people.”
More Stories
ହଜାରେ ସମସ୍ୟାର ଗୋଟିଏ ସମାଧାନ
ମୁହଁରେ ଦାଗ ଓ ଗାତ ହୋଇଛି କି
ଓଜନ ନିୟନ୍ତ୍ରଣ କରିବାରେ ସୁପର ଫୁଡ୍ ତେନ୍ତୁଳି