୫୮ ବର୍ଷ ବୟସରେ ତୃତୀୟ ବିବାହ !

ଆମୀର ଖାନଙ୍କୁ ନେଇ କେଆର୍‌କେଙ୍କ ଟ୍ବିଟ୍‌ । ୫୮ ବର୍ଷ ବୟସରେ ତୃତୀୟ ବିବାହ କରିବେ ଆମୀର । ଆଜ୍ଞା ହଁ, ଆମୀର ଖାନ ଆଜିକାଲି ହେଡଲାଇନରେ ଅଛନ୍ତି। ଏହାର କାରଣ ତାଙ୍କର ‌କୌଣସି ଚଳଚ୍ଚିତ୍ର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି କଥା। ଆପଣ ଜାଣନ୍ତି ଯେ ଆମୀରଙ୍କର ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ହୋଇସାରିଛି। ନିକଟରେ ତାଙ୍କୁ ‘ଦଙ୍ଗଲ୍‌’ ଚଳଚ୍ଚିତ୍ରରେ ତାଙ୍କ ଝିଅ ଭୂମିକା ନିଭାଇଥିବା ଫତିମା ସାନାଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ଅଭିନେତାଙ୍କ ଡେଟିଂର ଗୁଜବ ତୀବ୍ର ହୋଇଥିଲା ଏବଂ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଥିଲେ।ତେବେ ଏହାକୁ ନେଇ ବଲିଉଡ୍‌ ଅଭିନେତା କେଆର୍‌କେ ଏକ ନୂଆ ଦାବି କରିଛନ୍ତି। ସେ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଆମୀର ଖାନ୍‌ ଖୁବ୍‌ ଶୀଘ୍ର ତାଙ୍କ ଝିଅ ବୟସର ଯୁବତୀ ଫତିମା ସାନାଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏବେ କେଆର୍‌କେଙ୍କ ଟ୍ବିଟ୍‌ ପରେ ପ୍ରଶଂସକମାନେ ଏଥିରେ ନିଜର ମତ ରଖିବା ଆରମ୍ଭ କରିଛନ୍ତି।କେ‌ଆର୍‌କେ ଆହୁରି ଏକ ଟ୍ବିଟ୍‌ ବି କରିଥିଲେ ଯେ ଯଦି ଆମୀର ଏହି ବୟସରେ ବିବାହ କରି ପାରୁଛନ୍ତି ତ ମୁଁ କାହିଁକି କରିପାରିବି ନାହିଁ ? ପରେ ସେହି ଟ୍ବିଟ୍‌କୁ ନେଇ ବହୁ ଆଲୋଚନା ଓ ସମାଲୋଚନା ହେବା ପରେ ତାହାକୁ ଏବେ ଡିଲିଟ୍‌ କରି ଦିଆଯାଇଛି।

SHARE BY