ମଧ୍ୟପ୍ରଦେଶ ବିଧାନସଭା ପାଇଁ ସରଗରମ ରାଜନୀତି । ବିଜେପି, ଆମ ଆଦମୀ ପାର୍ଟି ପରେ ଏବେ କଂଗ୍ରେସ ମଧ୍ୟପ୍ରଦେଶ ବାସୀଙ୍କୁ ଦେଇଛି ପ୍ରତିଶ୍ରୁତି । ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ଚାଷୀଙ୍କ ଋଣ ଛାଡ କରିବ ବୋଲି ଘୋଷଣା କରିଛି ଦଳ । ସେପଟେ ୫ଶହ ଟଙ୍କାରେ ରୋଷେଇ ଗ୍ୟାସ ଓ ପ୍ରତ୍ୟକ ମହିଳାଙ୍କୁ ପ୍ରତିମାସରେ ୧୫ଶହ ଟଙ୍କା ଭତା ଦିଆଯିବ । ଏଥିସହ ବିହାର ଫମୂର୍ଲା ମଧ୍ୟପ୍ରଦେଶରେ ଆପଣାଇବ କଂଗ୍ରେସ । ତେଣୁ ସରକାର ଆସିଲେ ଜାତିଭିତିକ ଜନଗଣନା କରାଯିବା ନେଇ ଦଳ ପ୍ରତିଶ୍ରୁତି ଦେଇଛି । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ସରକାରୀ କର୍ମଚାରୀଙ୍କ ପାଇଁ ଓଲଡ ଏଜ ପେନସନ ସ୍କିମ, ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସଭାକୁ ସମ୍ବୋଧିତ କରି ଘୋଷଣା କରିଥିଲେ ।
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଚିନ୍ତାରେ ଇଣ୍ଡି ମେଣ୍ଟ, ଦଳରେ ଚାଲିଛି ଗୋଳମାଳ
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?