The Topmost

“The eyes believe themselves, the ears believe other people.”

୪ ଦିନ ପରେ ବି ମିଳୁନି ଟାଇଟନ ବୁଡ଼ାଜାହାଜର ପତା

ଟାଇଟନ ବୁଡାଜାହାଜ ନିଖୋଜକୁ ୫ ଦିନ ହେଲାଣି । ହେଲେ ଏପର୍ଯ୍ୟନ୍ତ ବୁଡାଜାହାଜର ପତା ମିଳୁନି । ସମୟ ଗଡ଼ିବା ସହ ସରି ସରି ଆସୁଛି ଅକ୍ସିଜେନ୍ । ଏହି ବୁଡା ଜାହାଜରେ ମାତ୍ର ୯୬ ଘଣ୍ଟା ପାଇଁ ଜୀବନରକ୍ଷକ ଅମ୍ଳଜାନ ରହିଥିଲା । ଏବେ ଜାହାଜରେ ୧୦ ଘଂଟାରୁ କମ୍ ସମୟ ପାଇଁ ଅମ୍ଳଜାନ ରହିଛି । ଫଳରେ ଜାହାଜରେ ଥିବା ୫ ଜଣଙ୍କ ଜୀବନ ପ୍ରତି ବିପଦ ବଢିବାରେ ଲାଗିଛି । ଆମେରିକା ଏବଂ କାନାଡା ପକ୍ଷରୁ ଜାହାଜ ଓ ବିମାନ ଜରିଆରେ ଠାବ ପାଇଁ ଉଦ୍ୟମ କରାଯାଉଛି । କାନାଡା ପକ୍ଷରୁ ସର୍ଚ୍ଚ ଅପରେସନରେ ସାମିଲ ଏକ ବିମାନର ସୋନାର-ବୋୟଜ୍ ଜରିଆରେ କିଛି ଶବ୍ଦ ଶୁଣାଯାଇଥିବା ଜଣାପଡ଼ିଛି । ଆମେରିକା ନୌସେନା ଏହି ଶବ୍ଦକୁ ବିଶ୍ଳେଷଣ କରୁଛି । ଶବ୍ଦ କେଉଁଠୁ ଶୁଭୁଛି ତାହା ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ସେହି ଅଞ୍ଚଳରେ ରିମୋର୍ଟଲି ଅପରେଟେଡ ଭେଇକିଲ ମୁତୟନ କରାଯାଇଛି । ବୁଡାଜାହାଜ ପରିଚାଳନାକାରୀ କମ୍ପାନୀ ଓସେନ ଗେଟ ଏକ୍ସପେଡିସନ୍ସର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରିସର୍ଚ୍ଚ ଭେସେଲ ଟାଇଟାନର ଲମ୍ବ ୬ଦଶମିକ ୫ମିଟର ଅର୍ଥାତ ୨୧ ଫୁଟ୍ ।