ହଠାତ୍ ପରିବା ଦର ଆକାଶ ଛୁଆଁ । ଅହେତୁକ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି । ଅନ୍ୟପଟେ ଚଢା ଦର ଯୋଗୁଁ ଭଲ ବେପାର ହେଉନଥିବାରୁ ବ୍ୟବସାୟୀ ବି ଚିନ୍ତାରେ ଅଛନ୍ତି । ସେପଟେ କ୍ଷେତରୁ କମ ଦରରେ ବ୍ୟବସାୟୀ କିଣି ବଜାରରେ ଅଧିକ ଦରରେ ବିକ୍ରି କରୁଛନ୍ତି । ଏପରି କି କ୍ଷେତରେ ବଜାରକୁ ଆସିବା ଭିତରେ ପରିବାର ଦାମ ଦୁଇ ଗୁଣା ହୋଇଯାଉଛି । ଓଡିଶାରେ ମୌସୁମୀ ପ୍ରବେଶ ପରେ ପରେ ପରିବା ଦର ଅଚାନକ ଆକାଶ ଛୁଆଁ ହୋଇଯାଇଛି । ଏଭଳି ଦୃରବୃଦ୍ଧି କେବେ ଓଡିଶାରେ ହୋଇନଥିଲା । ବ୍ୟବସାୟୀ ସଂଘଙ୍କ କହିବା ଅନୁସାରେ ଓଡିଶାରେ ପରିବା ସଂକଟ ସୃଷ୍ଟି ହୋଇଛି । ଚାହିଦା ଅନୁସାରେ ଯୋଗାଣ କମୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଓଡିଶାରୁ ଆଗ ଭଳି ପରିବା ବଜାରକୁ ଆସୁନାହିଁ । ପରିବା ପାଇଁ ବେଙ୍ଗାଲୁରୁ, ଆନ୍ଧ୍ର, କଲିକତା, ନାସିକ, ରାୟପୁର ଉପରେ ଓଡିଶା ନିର୍ଭରଶୀଳ । ଚାହିଦା ମେଣ୍ଟାଇବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଚାହିଦା ବଢୁଛି । ତେବେ ଆସନ୍ତା ଏକ ମାସ ଭିତରେ ପରିବା ଦର କମିବ ବୋଲି କଞ୍ଚା ପନିପରିବା ବ୍ୟବସାୟୀ ସଂଘ ଆଶା ରଖିଛନ୍ତି ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା