ଆସନ୍ତା ଦୁଇ ସପ୍ତାହ ଭିତରେ ଓଡ଼ିଶା ଉପକୂଳରେ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ । ଏନେଇ ଆସନ୍ତା ୩ ଦିନ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଯାହାଫଳରେ ୪ ତାରିଖରୁ ରାଜ୍ୟରେ ବଢିବ ବର୍ଷା । ସେହିପରି ଜୁଲାଇ ଦ୍ୱିତୀୟ ସପ୍ତାହ ଆରମ୍ଭରେ ଆଉ ଏକ ଲଘୁଚାପ ହୋଇପାରେ । ସେପଟେ ଆଜି ପୁରୀରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ପୁରୀର ଗୋଟିଏ ଦୁଇଟି ଜାଗାରେ ଅସରାଏ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ