ଗୃହରେ ହଙ୍ଗାମା ଯୋଗୁଁ ୪ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି ଓମ୍ ବିର୍ଲା । ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବେଆଇନ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ତେବେ ନିଲମ୍ବିତ ସାଂସଦମାନେ ହେଲେ- ମଣିକମ ଟାଗୋର, ରମ୍ୟା ହରିଦାସ,ଜ୍ୟୋତିମଣି ଏବଂ ଟିଏନ୍ ପ୍ରଥପନ । ଦେଶରେ ବଢ଼ୁଥିବା ମହଙ୍ଗା ସ୍ଥିତିକୁ ବିରୋଧ କରି ସାଂସଦମାନେ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂସଦ ଗୃହ ଭିତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧ କରିବା ସହ ନାରାବାଜୀ କରିଥିଲେ । ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ବିରୋଧ ତେଜିବାରୁ ଏହି ସାଂସଦମାନଙ୍କୁ ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ