ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରସୋର୍ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସବୁ ରାଜନୈତିକ ଦଳ। ପୁଣିଥରେ ଏଠି ପଦ୍ମ ଫୁଟାଇବାକୁ ଜୋରଦାର କସରତ କରୁଛି ବିଜେପି। ଏହାରି ଭିତରେ ବିଜେପି ତା’ର ପ୍ରାର୍ଥୀ ତାଲିକା ଜାରି କରିଛି। ତ୍ରିପୁରାର ୬୦ଟି ଆସନ ମଧ୍ୟରୁ ବିଜେପି ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ୧୧ ଜଣ ମହିଳାଙ୍କ ନାଁ ସାମିଲ ଅଛି। ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି ସିଟରୁ ପ୍ରାର୍ଥୀ କରିଛି ଦଳ। ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବବର୍ମା ଚରିଲିସ ଆସନରୁ ନିର୍ବାଚନ ଲଢିବେ। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢିବେ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ