ଋଷ ନିଜର ମୁନ୍ ମିଶନ୍ ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି । ଏହି ମିଶନ ଭାରତର ଚନ୍ଦ୍ରଯାନ-୩ ପରେ ଉତକ୍ଷେପଣ କରାଯାଇଥିଲେ ବି ପ୍ରଥମେ ଯାଇ ଚନ୍ଦ୍ରରେ ପହଞ୍ଚିବ ବୋଲି ଋଷର ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି । । ପାଖାପାଖି ୪୭ ବର୍ଷ ପରେ ଋଷ ପୁଣି ଥରେ ଏହି ମୁନ୍ ମିଶନ୍ ଆରମ୍ଭ କରିଛି । ଗୁରୁବାର ରାତିରେ ରୁଷର ‘ସ୍ପେସ୍ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍ ଲ୍ୟାଣ୍ଡର୍’ ‘ଲୁନା-୨୫’କୁ ନେଇ ଗୋଟାଏ ରକେଟ୍ ପୃଥିବୀ ପରିକ୍ରମଣ ପାଇଁ ମହାକାଶକୁ ଯାତ୍ରା କରିଛି । ଏହା ଚନ୍ଦ୍ରର ସାଉଥ୍ ପୋଲାରରେ ଅବତରଣ କରିବାକୁ ଉଦ୍ୟମ କରିବ । ଚନ୍ଦ୍ରର ସେ ଭାଗରେ ଥିବା ‘ଜଳ ବରଫ’ ଅନେକ ମହାକାଶ କାର୍ଯ୍ୟକ୍ରମର ଧ୍ୟାନ ଆକର୍ଷଣ କରିଛି । ବୈଜ୍ଞାନିକମାନେ ବି ବର୍ଷ ବର୍ଷ ଧରି ତାହାକୁ ପର୍ଯ୍ୟବେକ୍ଷଣ କରିଆସୁଛନ୍ତି । ଭୋସ୍ତୋଚ୍ନି ଲଞ୍ଚପ୍ୟାଡ୍ରୁ ଲୁନା-୨୫କୁ ନେଇ ସୋୟୁଜ୍ ରକେଟ୍ ମହାକଶ ଯାତ୍ରା ଆରମ୍ଭ କରିଥିଲା। ରୁଷୀୟ ମହାକାଶ ଏଜେନ୍ସି ‘ରୋସ୍କୋମୋସ୍’ ସୂଚନା ଅନୁସାରେ, ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହା ଅଗଷ୍ଟ ୧୬ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଓ ଅଗଷ୍ଟ ୨୧ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ତା’ପୂର୍ବରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ପାଇଁ ସଠିକ୍ ସ୍ଥାନ ଚୟନ କରିବା ଲାଗି ଏହା ୩ରୁ ୭ ଦିନ ସମୟ ନେବ।
“The eyes believe themselves, the ears believe other people.”
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା