August 21, 2025

୪୩ ବର୍ଷରେ ୫୩ ଥର ବିବାହ

ସାଉଦି ଆରବର ଜଣେ ବ୍ୟକ୍ତି ୪୩ ବର୍ଷରେ ୫୩ ଥର ବିବାହ କରିବାର ରେକର୍ଡ କରିଛନ୍ତି। ସେ ଏତେ ଥର ବିବାହ କରିବାର କାରଣ ବାବଦରେ ମଧ୍ୟ କହିଛନ୍ତି। ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଶାନ୍ତି ଅନ୍ୱେଷଣରେ ବିବାହ କରିଥିଲେ। ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ବ୍ୟକ୍ତିଗତ ସୁଖ ନୁହେଁ ବରଂ ମାନସିକ ଶାନ୍ତି ପାଇବା ଲକ୍ଷ୍ୟରେ ୫୩ ଥର ବିବାହ କରିଛନ୍ତି। ୬୩ ବର୍ଷୀୟ ଆବୁ ଅବଦୁଲ୍ଲା ସାଉଦିଆରବର ଟେଲିଭିଜନ ଚ୍ୟାନେଲକୁ ଏକ ସାକ୍ଷାତକାରରେ ଅବଦୁଲ୍ଲା କହିଛନ୍ତି, “ମୁଁ ସମୁଦାୟ ୫୩ଜଣ ମହିଳାଙ୍କୁ ବିବାହ କରିଥିଲି। ଯେତେବେଳେ ମୁଁ ପ୍ରଥମେ ବିବାହ କରିଥିଲି ସେତେବେଳେ ମୋର ବୟସ ୨୦ ଥିଲା ଏବଂ ପତ୍ନୀ ମୋ ଠାରୁ ଛଅ ବର୍ଷ ବଡ ଥିଲେ। ଯେତେବେଳେ ମୁଁ ପ୍ରଥମ ବିବାହ କରିଥିଲି, ସେତେବେଳେ ମୋର ଏକରୁ ଅଧିକ ମହିଳାଙ୍କୁ ବିବାହ କରିବାର ଯୋଜନା ନଥିଲା | ତେବେ କିଛି ବର୍ଷ ପରେ, ସମ୍ପର୍କରେ ସମସ୍ୟା ଦେଖାଦେଇଥିଲା ଏବଂ ଅବଦୁଲ୍ଲା ୨୩ ବର୍ଷ ବୟସରେ ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ |

ଯଦିଓ ୬୩ ବର୍ଷୀୟ ଅବଦୁଲ୍ଲା ଅଧିକାଂଶ ସାଉଦି ମହିଳାଙ୍କୁ ବିବାହ କରିଥିଲେ, କିନ୍ତୁ ସେ ବିଦେଶ ଗସ୍ତ ସମୟରେ ବିଦେଶୀ ମହିଳାଙ୍କୁ ବିବାହ କରିଥିବା ସ୍ୱୀକାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଦୁନିଆର ପ୍ରତ୍ୟେକ ପୁରୁଷ ଚାହାଁନ୍ତି ଯେ ତାଙ୍କ ଜୀବନରେ ଏମିତି ଜଣେ ମହିଳା ଆସନ୍ତୁ, ଯିଏ କି ସର୍ବଦା ତାଙ୍କ ସହିତ ରହିବା ଉଚିତ୍।

SHARE BY