The Topmost

“The eyes believe themselves, the ears believe other people.”

୪୨ ଦିନର ଚିକିତ୍ସା ପରେ ଆଖିବୁଜିଲେ କମେଡିଆନ ରାଜୁ ଶ୍ରୀବାସ୍ତବ

ଆରପାରିରେ କମେଡିଆନ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବ ଆଖି ବୁଜିଛନ୍ତି । ଏନେି ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଗଷ୍ଟ ୧୦ରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଦୀର୍ଘଦିନ ହେଲା ସେ କୋମାରେ ଥିଲେ । ପାଖାପାଖି ୪୨ ଦିନ ହେବ ସେ ଏମ୍ସରେ ଚିକିତ୍ସିତ ଥିଲେ । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ ରାଜୁ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ୧୯୮୦ ମସିହାରୁ ବଲିଉଡ୍‌ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍‌’ ଓ ‘ମେନେ ପ୍ୟାର୍‌ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କୁ ‘ବିଗ୍‌ବସ୍’ ସିଜିନ୍‌-୩ରେ ବି ଦେଖିବାକୁ ମିଳିଥିଲା ।