ଇରାନରେ ହିଜାବ ବିରୋଧି ଆନ୍ଦୋଳନକାରୀଙ୍କ ଉପରେ କାର୍ଯାନୁଷ୍ଠାନ । ୪୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ‘ଦଙ୍ଗାକାରୀ’ ଦର୍ଶାଇ ୧୦ ବର୍ଷ ଜେଲ ଦଣ୍ଡ । ଜଣେ ବିଚାରବିଭାଗୀୟ ଅଧିକାରୀ କହିଛନ୍ତି, ହିଜାବ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସମସ୍ତ ଆନ୍ଦୋନକାରୀଙ୍କୁ ସରକାର ଦଙ୍ଗାକାରୀ ବୋଲି କହୁଛନ୍ତି । ଏପର୍ଯ୍ୟନ୍ତ ୪୦୦ ଦଙ୍ଗାକାରୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଛି । ସବୁ ଦଙ୍ଗାକାରୀଙ୍କୁ ଜେଲ ଦଣ୍ଡ ଦେଲେ ଏହି ସଂଖ୍ୟା ଅନେକ ଗୁଣ ବଢ଼ିଯିବ ବୋଲି ସେ କହିଛନ୍ତି । ଜାତିସଂଘର ମାନବାଧିକାର ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ହିଜାବ-ବିରୋଧୀ ଆନ୍ଦୋଳନରେ ପିଲାଙ୍କୁ ମିଶାଇ ସେପ୍ଟେମ୍ବର ମଧ୍ୟଭାଗରୁ ଏ ପର୍ଯ୍ୟନ୍ତ ଇରାନରେ ୧୪,୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି । ମହିଳାମାନେ ବି ବହୁସଂଖ୍ୟାରେ ହିଜାବକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବା ଓ ଗିରଫ ହେବା ଦେଖାଯାଉଛି । ଆନ୍ଦୋଳନକୁ ଦମନ କରିବାକୁ ଯାଇ ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଲୋକଙ୍କୁ ହତ୍ୟା କରାଯାଇ ସାରିଲାଣି । ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇ ଜଣ ଆନ୍ଦୋଳନକାରୀଙ୍କୁ ସର୍ବସାଧାରଣରେ ଫାଶୀ ବି ଦିଆଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ