The Topmost

“The eyes believe themselves, the ears believe other people.”

MONK

୪କୋଟି ଲଟେରୀ ବାଣ୍ଟିଲେ ବୌଦ୍ଧଭିକ୍ଷୁ

ଥାଇଲାଣ୍ଡରେ ଜଣେ ବୌଦ୍ଧଭିକ୍ଷୁ ରାତାରାତି ୪କୋଟିର ଲଟେରୀ ଜିତିଥିଲେ । ହେଲେ କୋଟି କୋଟି ଟଙ୍କାର ଲଟେରୀ ଜିତିବା ପରେ ସେ ଏପରି କିଛି କାମ କରିଛନ୍ତି ଯାହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା କରାଯାଉଛି । ସୂଚନା ଅନୁଯାୟୀ ଥାଇଲାଣ୍ଡର ଉତ୍ତରପ୍ରାନ୍ତରେ ରହୁଥିବା ୪୭ ବର୍ଷୀୟ ବୌଦ୍ଧଭିକ୍ଷୁଙ୍କ ନାମ ଫ୍ରା କ୍ରୁ ଫନୋମ । ସେ ୱାଟ୍‌ ଫ୍ରା ଦ୍ୟାଟ୍‌ ଫନୋମ ୱାର୍ମହାୱିହାନ ନାମକ ଏକ ମନ୍ଦିରରେ ସେକ୍ରେଟାରୀ ଭାବେ କାମ କରୁଛନ୍ତି । କିଛି ଦିନ ତଳେ ପୂଜା ସମୟରେ ଏକ ବୋର୍ଡରେ ୬୦୫ ଲେଖାହୋଇଥିବା ଦେଖିଲେ, ତାଙ୍କୁ ଏହା ଭଗବାନଙ୍କ ସଙ୍କେତ ବୋଲି ଅନୁଭବ ହେଲା । ତାପରେ ତୁରନ୍ତ ଏହି ନମ୍ବରର ଏକ ଲଟେରୀ ଟିକେଟ କିଣିଥିଲେ । ଖବର ଅନୁଯାୟୀ ସାଧାରଣତଃ ବୌଦ୍ଧଭିକ୍ଷୁମାନେ ଏପରି କୌଣସି କାମରେ ନିଜକୁ ସାମିଲ କରନ୍ତି ନାହିଁ ।

MONK
MONK @thetopmost-01

http://thetopmost.in/?page_id=555

http://thetopmost.in/?p=716

ହେଲେ କିଛି ଦିନ ତଳେ ଫ୍ରା କ୍ରୁ ଜଣେ ସ୍ଥାନୀୟ ଦୋକାନୀକୁ କରୋନା ମହାମାରୀ ପାଇଁ ଆର୍ଥିକ ଭାବେ ସଂଘର୍ଷ କରୁଥିବା ଦେଖିବାକୁ ପାଇଲେ । ଯାହା ପରେ ସେହି ସ୍ଥାନୀୟ ଦୋକାନୀଙ୍କ ସହାୟତାରେ ଏହି ଲଟେରୀ ଟିକେଟ କିଣିଥିଲେ । ତାପରେ ଏହି ଲଟେରୀ ଜିତିବା ପରେ ସେ ଏବେ ଏହାକୁ ଦାନ କରିବାରେ ଲାଗିଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ଯେଉଁ ଟଙ୍କା ଜିତିଛନ୍ତି ତାହା ସ୍ୱର୍ଗଦୂତଙ୍କ ଆଶୀର୍ବାଦ, ତେଣୁ ସେ ଏହାକୁ ନିଜ ପାଖରେ ରଖିବାକୁ ଚାହାନ୍ତି ନାହିଁ । ଏହାପରେ ହଜାର ହଜାର ସ୍ଥାନୀୟ ଲୋକଙ୍କୁ ୫୦୦ଟଙ୍କା ଦାନ କରିବା ଆରମ୍ଭ କରିଦେଇଛନ୍ତି । ରିପୋର୍ଟରେ କୁହାଯାଇଛି, ଲଟେରୀ ବାଣ୍ଟିବାର ଘୋଷଣା ପରେ ବୌଦ୍ଧଭିକ୍ଷୁଙ୍କ ମନ୍ଦିର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ୧୦ ବର୍ଷ ଧରି ମନ୍ଦିରରେ ସେବା କରୁଥିବା ଫନୋମଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି ।

MONK
MONK @thetopmost-01
SHARE BY