ମହରାଷ୍ଟ୍ରରୁ ସାମ୍ନାକୁ ଆସିଲା ବଡ ଖବର । ମୁମ୍ବାଇର ୩ ବଡ ଷ୍ଟେସନକୁ ଉଡାଇଦେବାକୁ ଧମକ । ଜଣେ ଅଜଣା ବ୍ୟକ୍ତି ନବୀ ମୁମ୍ବାଇର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଏଭଳି ଧମକ ଦେଇଛନ୍ତି । ଦାଦର, କୁର୍ଲା, ସିଏସଏମଟି ପରି ୩ଟି ବଡ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେବା ପରେ ପୋଲିସର ଚିନ୍ତା ବଢିଯାଇଥିଲା । ହେଲେ ପୋଲିସର ତନାଘନା ପରେ ଫୋନ କରି ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଫୋନ କରି ବ୍ୟକ୍ତି ଜଣକ ପୋଲିସକୁ କହିଥିଲା ଯେ, ପୋରବନ୍ଦରରୁ କିଛି ଲୋକ ଆସୁଛନ୍ତି ଯିଏ କି ୩ଟି ବଡ ବଡ ଷ୍ଟେସନକୁ ଉଡାଇଦେବେ । ହେଲେ ପୋଲିସ ଛାନବିନ୍ କରିବା ପରେ ଫୋନ କରିଥିବା ବ୍ୟକ୍ତିକୁ ଔରଙ୍ଗାବାଦରୁ ଗିରଫ କରାଯାଇଛି । ଏବଂ କଲ୍ କରିଥିବା ଅଜଣା ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି । ଏନେଇ ଜିଆରପି କମିଶନର କାଇସର ଖାଲିଦ ସୂଚନା ଦେଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ