ଗୁଗଲରେ ୩୦,୦୦୦ ଚାକିରି ଖାଇବ ଏଆଇ । ବିଜ୍ଞାପନ ସେଲ୍ସ ବିଭାଗ ପ୍ରଭାବିତ ହେବ । ଗୁଗଲରେ ଆଉ ଏକ ପର୍ଯ୍ୟାୟ ଛଟେଇ ହେବାକୁ ଯାଉଛି । ଏଥରର କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) । ଏହି ନୂଆ ପ୍ରଯୁକ୍ତି ପ୍ରଭାବରେ ଗୁଗୁଲରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ଏଆଇ ଲାଗୁ କରିବା ପରେ କଂପାନିର କେତେକ ପଦ ବଳକା ହୋଇପଡ଼ିଛି । ସେଗୁଡ଼ିକୁ ସବୁଦିନ ଲାଗି ବନ୍ଦ କରିବା ଉପରେ କଂପାନି ବିଚାର କରିପାରେ । ଛଟେଇ ସମୟରେ କଂପାନିର ବିଜ୍ଞାପନ ସେଲ୍ସ ଟିମରେ ପରିବର୍ତ୍ତନ ହୋଇପାରେ । ଏଆଇ ଟୁଲ୍ ବ୍ୟବହାର କରିବା ପରେ ଗୁଗୁଲର ସେଲ୍ସ ବିଭାଗରେ ବହୁ ପଦ ଅଦରକାରୀ ହୋଇପଡ଼ିଛି । କଂପାନିର ଏଆଇ ଟୁଲ୍ ବିଜ୍ଞାପନ ପରାମର୍ଶ ଦେବା ସହ କ୍ଲାଏଣ୍ଟମାନଙ୍କ ଲାଗି ବିଜ୍ଞାପନ ପ୍ରସ୍ତୁତ କରିବାକୁ ବି ସକ୍ଷମ । ଏହି ପ୍ରକ୍ରିୟାରେ ମାନବ ହସ୍ତକ୍ଷେପ ଆଦୌଁ ଦରକାର ପଡ଼ିବନି
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର