The Topmost

“The eyes believe themselves, the ears believe other people.”

୩୦ ଶିଶୁଙ୍କ ସମେତ ସମୁଦାୟ ୫୦ ବନ୍ଧକ ହେବେ ମୁକ୍ତ

ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଆଜି ହମାସ କବଳରେ ବନ୍ଦୀ ଅବସ୍ଥାରେ ଥିବା ଇସ୍ରାଏଲ୍ ବନ୍ଧକମାନଙ୍କ ପାଇଁ ଆଜି ଆଶ୍ଵସ୍ତି ଖବର ମିଳିଛି । ଇସ୍ରାଏଲ୍ କ୍ୟାବିନେଟ୍ ହମାସ ସହିତ ଏକ ୯୬ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାର ପ୍ରତିବଦଳରେ ହମାସ୍ ୫୦ ଜଣ  ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ। ଏଥିରେ ମହିଳା, ମା ଏବଂ ଶିଶୁ ଅନ୍ତର୍ଭୁକ୍ତ । ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଶେଷରେ ଆଜି ଅସ୍ତ୍ରବିରତି ଘୋଷଣା ହୋଇଛି । ବର୍ତ୍ତମାନ କିଛି ଘଣ୍ଟା ମଧ୍ୟରେ ଗାଜାରେ ତୋପ ଏବଂ ଯୁଦ୍ଧ ବିମାନର ଶବ୍ଦ ବନ୍ଦ ହୋଇଯିବ । ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇସ୍ରାଏଲ କ୍ୟାବିନେଟ୍ ହମାସ୍ ସହିତ ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି । ଏହାର ପ୍ରତିବଦଳରେ ହମାସ୍ ୫୦ ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ । ଅକ୍ଟୋବର ୭ ରେ ହାମାସ ଆତଙ୍କବାଦୀମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୨୪୦  ଜଣ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରି ନେଇଥିଲେ । ଇସ୍ରାଏଲ୍ ସରକାର ଦେଇଥିବା ବିବୃତ୍ତି ଅନୁଯାୟୀ ହମାସ ଆସନ୍ତା ୪ ଦିନ ମଧ୍ୟରେ ଏହି ବନ୍ଧକମାନଙ୍କୁ ମୁକ୍ତ କରିବ । ଏହି ସମୟ ମଧ୍ୟରେ ଇସ୍ରାଏଲ ତାର ସମସ୍ତ ଆକ୍ରମଣକୁ ବନ୍ଦ ରଖିବ । ରିପୋର୍ଟ ଅନୁଯାୟୀ, ହମାସ ମୁକ୍ତ କରୁଥିବା ଅଧିକାଂଶ ବନ୍ଧକ ହେଉଛନ୍ତି ମହିଳା ଏବଂ ଶିଶୁ । ସେମାନଙ୍କୁ ୧୦ ରୁ ୧୨ ଟି ଦଳରେ ମୁକ୍ତ କରାଯିବ ।