ପାରାଦୀପ ବନ୍ଦର କାର୍ଗୋ ପରିବହନ କ୍ଷମତା ୩୦୦ ନିୟୁତ ଟନ୍ ଟପିବ । ଏଠାରେ ୱେଷ୍ଟର୍ନ ଡକ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଗାମୀ ୩ବର୍ଷରେ ବନ୍ଦରର କ୍ଷମତା ୩୦୦ ନିୟୁତ ଟନ୍ ଟପିବ । ପିପିପି ମୋଡରେ ଏହାର ନିର୍ମାଣ ଲାଗି ଜେଏସପିଏଲକୁ ଦାୟିତ୍ୱ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୨୦୨୬ ବେଳକୁ ବଡ ବଡ ଜାହାଜ ଗୁଡିକ ବନ୍ଦରରେ ଲାଗିବ । ଦେଶର ଅନ୍ୟ ବନ୍ଦର ତୁଳନାରେ ପାରାଦୀପ ବନ୍ଦର ଟ୍ରାଫିକ ପରିଚାଳନା ସବୁଠାରୁ ଶସ୍ତା । ସେହିଭଳି ବନ୍ଦରର ୮୦ ପ୍ରତିଶତ ବର୍ଥକୁ ମେକାନାଇଜଡ କରାଯାଇଛି । ୨୦୩୦ ବେଳକୁ ଏହା ଶତ ପ୍ରତିଶତ ମେକାନାଇଜଡ କରାଯିବାକୁ ଥିବା ବେଳେ ବନ୍ଦରରେ ଯୋଡି ହେବାକୁ ଯାଉଛି ଆଉ ୪ଟି ବର୍ଥ । ସେହିଭଳି ସୌର ଶକ୍ତିରେ ଚାଲିବ ସମ୍ପୂର୍ଣ୍ଣ ବନ୍ଦର । ବନ୍ଦରରେ ସବୁଜ ଶକ୍ତି ନେଇ ୨୦୨୫ ବେଳକୁ ୧୦ ଲକ୍ଷ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ