The Topmost

“The eyes believe themselves, the ears believe other people.”

୩୦୦ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ

ଋଷ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୩୦୦ ଦିନ । ଅସମାହିତ ଅବସ୍ଥାରେ ଜାରି ରହିଛି ଯୁଦ୍ଧର ଗତି । ଋଷ ଓ ୟୁକ୍ରେନ ମଧ୍ୟରେ ମୁହାଁ ମୁହିଁ ଚାଲିଥିବା ସହ ରକ୍ତମୁଖା ହମଲା ଜାରି ରହିଛି । ଗତ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରୁନି । ଯୁଦ୍ଧରେ ଉଭୟ ପକ୍ଷର ଲକ୍ଷାଧିକ ଲୋକ ଓ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ସହସ୍ରାଧିକ ଲୋକ ଯୁଦ୍ଧବନ୍ଦୀ ହୋଇଛନ୍ତି । ପ୍ରାୟ ୭୦ ଲକ୍ଷ ୟୁକ୍ରେନୀୟ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପଡୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସାଜିଛନ୍ତି । ହଜାର ହଜାର କୋଠା, ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ନଷ୍ଟ ହୋଇଗଲାଣି । ଏବେ ବି ହଜାର ହଜାର ଶିଶୁ ବେଘର ବା ପତ୍ତାହୀନ । ସେପଟେ ବହୁ ପାଓ୍ବାରଗ୍ରୀଡ ଧ୍ବଂସ ହେବାରୁ ୟୁକ୍ରେନର ଖେରସନ ସମେତ ଅନେକ ସହର ଅନ୍ଧାର ଭିତରେ ରହିଛନ୍ତି ।